ଆଜି ଶ୍ରୀଜିଉଙ୍କ ରାଜାରାଜେଶ୍ୱର ବେଶ
ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ ଦ୍ୱାରଫିଟା ପରେ ନୀତିକାନ୍ତି ବଢିବା ସହ ସୁରୁଖୁରୁରେ ସର୍ବସାଧାରଣ ଦର୍ଶନ ଚାଲିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମହାପ୍ରଭୁ ପ୍ରତିବର୍ଷ ୫ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ସୁନାବେଶ ହେଉଛି ଐଶ୍ୱର୍ଯ୍ୟର ବେଶ । ଆଜିର ଦିନରେ ଅତୀତରେ ଓଡ଼ିଆ ସାଧବ ପୁଅମାନେ ମହାପ୍ରଭୁଙ୍କୁ ସ୍ମରଣ କରି ବିଦେଶକୁ ବୋଇତ ନେଇ ବାଣିଜ୍ୟ କରି ବିପୁଳ ଧନ ରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପିତ କରୁଥିଲେ ।
Powered by Froala Editor