ମା’ଙ୍କ ଶେଷ ଇଚ୍ଛା ପୂରଣ କଲେ, ଗାଁର ଋଣବୋଝ ହଟାଇଲେ ବାବୁଭାଇ
ମା’ଙ୍କ ପୁଣ୍ୟତିଥିରେ ଗୁଜରାଟର ଅମରେଲୀ ଜିଲ୍ଲାର ଜଣେ ବ୍ୟବସାୟୀ ଏମିତି କିଛି କାମ କରିଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବ୍ୟବସାୟୀ ନିଜ ଗାଁକୁ ଋଣ ବୋଝରୁ ମୁକ୍ତ କରିଛନ୍ତି । ସେ ହେଉଛନ୍ତି ସାୱରକୁଣ୍ଡଲା ତହସିଲର ଜୀରା ଗାଁର ବାସିନ୍ଦା ବାବୁଭାଇ ଜୀରାୱାଲା । ବାବୁଭାଇ ନିଜ ମା’ଙ୍କ ପୁଣ୍ୟତିଥିରେ ଗାଁର ୨୯୦ ଜଣ ଚାଷୀଙ୍କ ବିଗତ ୩୦ ବର୍ଷର ଋଣ ସୁଝିଛନ୍ତି । ଏଥିପାଇଁ ସେ ୯୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏ ନେଇ ବାବୁଭାଇ ଓ ତାଙ୍କ ପରିବାର କହିଛନ୍ତି, ଏହା ମା’ଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ।
ଜୀରା ଗାଁର ସମସ୍ତ ୨୯୯ ଚାଷୀଙ୍କୁ ଯେତେବେଳେ ‘ନୋ ଡ୍ୟୁ ସାର୍ଟିଫିକେଟ୍’ ଦିଆଗଲା, ଗାଁର ମାହୋଲ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଗଲା । ଦୀର୍ଘ ବର୍ଷ ପୁରୁଣା ବୋଝରୁ ମୁକ୍ତି ପାଇଥିବାରୁ ଚାଷୀଙ୍କ ଆଖିରେ ଖୁସିର ଲୁହ ଥିଲା । ସେମାନେ ବାବୁଭାଇଙ୍କୁ ଆଶୀର୍ବାଦ ଦେଇ ଖୁସିରେ ଗଦ୍ଗଦ୍ ହୋଇପଡିଥିଲେ । ଏଥିରୁ ସ୍ପଷ୍ଟ ହୋଇଛି ଯେ, %ନର ଉପଯୋଗ ମାନବତା ପାଇଁ କରାଗଲେ, ତା’ର ମୂଲ୍ୟ ଅରବ କୋଟି ଗୁଣ ବଢ଼ିଯାଏ ।
ବାବୁଭାଇ କହିଛନ୍ତି, ଆମ ଗାଁରେ ଜୀରା ସେବା ସହକାରୀ ମଣ୍ଡଳକୁ ନେଇ ୧୯୯୫ରୁ ଏକ ବଡ଼ ବିବାଦ ଲାଗି ରହିଥିଲା । ଉକ୍ତ ସମିତିର ତତ୍କାଳୀନ ପ୍ରଶାସକମାନେ କୃଷକଙ୍କୁ ଠକି ସେମାନଙ୍କ ନାଁରେ ଋଣ ନେଇଥିଲେ । ଏତେ ବର୍ଷ ମଧ୍ୟରେ ଋଣ ଅନେକ ଗୁଣ ବଢ଼ିଯାଇଥିଲା । ଚାଷୀଙ୍କୁ ସରକାରୀ ସହାୟତା, ଋଣ ଓ ଅନ୍ୟ ସୁବି%ାରୁ ବଞ୍ଚିତ ରହିବାକୁ ପଡୁଥିଲା । ଗାଁର ଚାଷୀଙ୍କୁ ବ୍ୟାଙ୍କ୍ କୌଣସି ଋଣ ଦେଉନଥିଲା । ଋଣ ପାଇଁ ଜମି ଭାଗବଣ୍ଟା ମଧ୍ୟ ହୋଇପାରୁନଥିଲା । ତେଣୁ ମୋ ମା’ଙ୍କ ଇଚ୍ଛା ଥିଲା, ତାଙ୍କ ଗହଣାସବୁକୁ ବିକ୍ରି କରି ଚାଷୀଙ୍କ ଋଣ ସୁଝି ଦିଆଯାଉ । ମା’ତ ଚାଲିଯାଇଛନ୍ତି । ହେଲେ ବାବୁଭାଇଙ୍କ ମନରେ ଏ କଥା କେବେଠୁ ରହିଥିଲା । ସେ ତାଙ୍କ ମାଙ୍କ ଇଚ୍ଛା ପୂରଣ କରିବାକୁ ମନସ୍ଥ କରି ବ୍ୟାଙ୍କ୍ ଅ%ିକାରୀଙ୍କୁ ସାକ୍ଷାତ କରି ଏ ବିଷୟରେ ଜଣାଇଲେ । ବ୍ୟାଙ୍କ୍ ଅଧିକାରୀମାନେ ମଧ୍ୟ ଋଣମୁକ୍ତ ପ୍ରମାଣପତ୍ର ଦେବାରେ ସହଯୋଗ କଲେ । ଗାଁର ଚାଷୀଙ୍କ ଉପରେ ମୋଟ୍ ୮୯,୮୯,୨୦୯ ଲକ୍ଷ ଟଙ୍କାର ଋଣ ଥିଲା, ଯାହାକୁ ବାବୁଭାଇ ବ୍ୟାଙ୍କ୍ରେ ପୈଠ କଲେ । ଏବେ ଗାଁ ଲୋକ ଋଣମୁକ୍ତ ହୋଇ ନୂଆ ଜୀବନର ଆରମ୍ଭ କରିଛନ୍ତି । ଏମିତି ବ୍ୟକ୍ତିତ୍ୱ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି ।
Powered by Froala Editor