କ୍ୟାଣ୍ଟିନରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ, ୧୨ ଆହତ
ନୂଆଦିଲ୍ଲୀ: ପାକିସ୍ତାନ ସୁପ୍ରିମକୋର୍ଟ କ୍ୟାଣ୍ଟିନରେ ମଙ୍ଗଳବାର ସକାଳେ ବିସ୍ଫୋରଣ ଘଟିଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। କ୍ୟାଣ୍ଟିନରେ ଏକ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେଉଥିଲା। ଏହି ସମୟରେ ସେଠାରେ ଲାଗିଥିବା ଏସି ମରାମତି ଚାଲିଥିବାବେଳେ ଗ୍ୟାସରେ ସ୍ଵତ୍ତଃ ଅଗ୍ନିସଂଯୋଗ ଘଟିବାରୁ ସିଲିଣ୍ଡରଟିରେ ବିସ୍ଫୋରଣ ଘଟିଥିଲା।
ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ସୁପ୍ରିମକୋର୍ଟ କୋଠାକୁ ଦୋହଲାଇ ଦେଇଥିଲା। ବିସ୍ଫୋରଣ ଯୋଗୁ ଏସି ମରାମତି କରୁଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଛି। ଉକ୍ତ ବ୍ୟକ୍ତିଙ୍କ ସମେତ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Powered by Froala Editor