୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଛାତ୍ର ଗିରଫ
ସମ୍ବଲପୁର: ବେଆଇନ ଗଞ୍ଜେଇ ଚାଲାଣ ସମୟରେ ଆରପିଏଫ ୩ ଜଣ ଯୁବକଙ୍କୁ ଧରିଛି । ବେଆଇନ ଭାବରେ ଗଞ୍ଜେଇ ଚାଲାଣର ଖବର ମିଳିଥିବାରୁ ଆରପିଏଫ ଦଳ ସ୍ଥାନୀୟ ସମ୍ବଲପୁର ସିଟି ରେଳ ଷ୍ଟେସନରେ ଚଢ଼ଉ କରିଥିଲେ । ସୋମବାର ରାତ୍ରିରେ ଭୁବନେଶ୍ୱର – ଧାନବାଦ ଏକ୍ସପ୍ରେସ ସମ୍ବଲପୁର ସିଟି ଷ୍ଟେସନକୁ ପହଞ୍ଚିବା ପରେ ଗାଡିରେ ଚଢ଼ଉ କରାଯାଇ ବିହାର ରାଜ୍ୟ ନିବାସୀ ରାଜମଲ, ଉତ୍ତର ପ୍ରଦେଶ ନିବାସୀ ଅପୁର୍ବ ପାଣ୍ଡେ ଏବଂ ଗୁଜରାଟ ରାଜ୍ୟ ନିବାସୀ ପ୍ରଥମ ଥାଟୱାଲ ନାମକ ୩ ଜଣ ଯୁବକଙ୍କୁ ଧରିଥିଲା ।
ଉକ୍ତ ଯୁବକ ମାନଙ୍କ ନିକଟରୁ ୪ଟି ଟ୍ରଲି ବ୍ୟାଗ ମଧ୍ୟରେ ସମୁଦାୟ ୭୧ କିଗ୍ରା ୫ ଶହ ଗ୍ରାମ ଗଞ୍ଜେଇ ମିଳିଥିଲା । ଆରପିଏଫ ଗଞ୍ଜେଇ ଚାଲାଣକାରୀ ଯୁବକ ମାନଙ୍କୁ ଗିରଫ କରିବା ସହିତ ସମସ୍ତ ଗଞ୍ଜେଇ ଗୁଡିକୁ ଜବତ କରିଥିଲା । ଯୁବକ ମାନଙ୍କ ମଧ୍ୟରୁ ୨ ଜଣ ବିଟେକ ଡିଗ୍ରୀପ୍ରାପ୍ତ ଇଞ୍ଜନିୟର ହୋଇଥିବା ବେଳେ ଜଣେ ବିବିଏ ଡିଗ୍ରୀଧାରୀ ଅଟନ୍ତି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆରପିଏଫ ଥାନା ଅଧିକାରୀ ଏନ. ବିଶ୍ୱାଳ କହିଛନ୍ତି ।
Powered by Froala Editor