ଚିଲିକା ମଝିରେ ଫସିଲା ଡଙ୍ଗା, ଯାତ୍ରୀ ଭୟଭୀତ
ଚିଲିକା: ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା। ସୋମବାର ସକାଳୁ ଏକ ଯାତ୍ରୀବାହୀ ଡଙ୍ଗା ଚିଲିକାରେ ଫସିରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ଏହି ଡଙ୍ଗାଟି ୧ ଘଣ୍ଟା ହେଲା ଫସି ରହିଛି। ଫଳରେ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଡଙ୍ଗାଟି ୧୦ ବାଇକ୍ ସମତେ ୩୦ ଯାତ୍ରୀଙ୍କୁ ନେଇ ସାତପଡାରୁ ଜହ୍ନିକୁଦାକୁ ଯାଉଥିଲା। ମେସିନ୍ ସ୍ଲାବ ଫାଟି ଯିବାରୁ ଡଙ୍ଗାଟି ଅଟକି ରହିଛି।
Powered by Froala Editor