ନାଁ ନନେଇ ଶକ୍ତି ନାନୀ କହି ତେରଛା ବାଣ ମାରିଲେ ଶ୍ରୀମୟୀ
ଭୁବନେଶ୍ଵର: ବିଜେଡିକୁ ପୁଣି ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର। ଟାଇଟାନିକ୍ କୁ ସମ୍ପୂର୍ଣ୍ଣ ବୁଡାଇବା ପାଇଁ ବିଶ୍ଵସ୍ତରୀୟ ଯୋଜନା କରାଯାଉଥିବା କହି ଶ୍ରୀମୟୀ ଟାର୍ଗେଟ୍ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ନାଁ ନନେଇ ଶକ୍ତି ନାନୀ କହି ସୁଜାତା ପାଣ୍ଡିଆନ୍ଙ୍କୁ ତେରଛା ବାଣ ମାରିଛନ୍ତି। ସେ କହିଛନ୍ତି ଶୁଣିବାକୁ ମିଳୁଛି ଶକ୍ତିନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି। ଦଳରେ ମିଶି ରାଜ୍ୟସଭା ଯିବାକୁ ଶକ୍ତି ଗୋଟାଉଛନ୍ତି। ଇଲେକ୍ସନ୍ କମିଶନ ବେଡି ପକାଇଥିଲେ , ଏବେ ନୂଆ ପରିଚୟ ଅପେକ୍ଷାରେ ରହିଛନ୍ତି। ଶକ୍ତିନାନୀଙ୍କ ଚାଟଶାଳାରେ ବରିଷ୍ଠ ନେତା ଟ୍ୟୁସନ୍ ହେବାର ରାଜ୍ୟବାସୀ ଦେଖିଲେ। ଓଡିଶାବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ। ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ତାହା ଦେଖାଯାଉ।
Powered by Froala Editor