ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ
ଭୁବନେଶ୍ବର: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ନିକଟରେ ଜଣେ ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି। କିଛି ମୁଖା ପିନ୍ଧା ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବ୍ୟବସାୟୀ ଜଣକ କୋଟପାଡ ଅଞ୍ଚଳର ଦେବାଶିଷ ପଟ୍ଟନାୟକ ବୋଲି ଜଣାପଡିଛି। ଦେବାଶିଷ ବାହାରେ କୌଣସି କାମ ସାରି ଘରକୁ ଫେରୁଥିବାବେଳେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ତାଙ୍କ ଗାଡିକୁ ଅଟକାଇଥିଲେ।
ହେଲେ ସେ ଗାଡିର ଡୋର୍ ନଖୋଲିବାରୁ କାର ଆଗ ଓ ପଛ କାଚ ଭାଙ୍ଗି ଦେଇଥିଲେ। ଏବଂ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ସୋସିଆଲ ମିଡିଆରେ ଲୁଟ୍ ବେଳର ଭିଜୁଆଲ ମଧ୍ୟ କଏଦ ହୋଇଛି।
Powered by Froala Editor