ଚାଲିଥିଲା ଦେହ ବ୍ୟବସାୟ: ମାଡିବସିଲା ପୁଲିସ, ଚାରି ଗିରଫ
ମାଲକାନଗିରି : ଦେହ ବେପାର ଚାଲିଥିବାବେଳେ ମାଡିବସିଲା ମାଲକାନଗିରି ପୁଲିସ୍ । ଦେହଜୀବୀ ସହ ଗ୍ରାହକ ଗିରଫ। ଜିଲ୍ଲା ସଦରରେ ଥିବା ପାତ୍ରଗୁଡାରେ ଏକ ଭଡା ଘରେ ଏହି ଦେହ ବ୍ୟାପାର ଚାଲିଥିବାବେଳେ ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଏବଂ ଅନ୍ୟ ପୁଲିସ୍ କର୍ମଚାରୀମାନେ ଚଢ଼ାଉ କରିଥିଲେ। ତେବେ ଏହି ଦେହ ବେପାର ଅନେକ ଦିନ ଧରି ଏଠାରେ ଚାଲିଥିବା ବେଳେ ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ଦୁଇ ଦେହଜୀବୀଙ୍କୁ ଏବଂ ଦୁଇ ଦେହ ବେପାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ରେ ଜଣେ ପୁରୁଷ ମାଷ୍ଟର ମାଇଣ୍ଡ ସହ ରାଣୀ ମହୁମାଛି ମଧ୍ୟ ଗିରଫ ହୋଇଛି।
Powered by Froala Editor