ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇନଫୋଭ୍ୟାଲିରେ ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡର ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟର ଭୂମିପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଭିଡ଼ିଓ କନଫରେନସିକ ଜରିଆରେ ଯୋଡି ହୋଇଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର କ୍ୟାବିନେଟ ଅଗଷ୍ଟ୧୨ ରେ ଓଡ଼ିଶା ପାଇଁ ୪୦୦୯ କୋଟି ଟଙ୍କାର ଦୁଇଟି ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟକୁ ଅନୁମୋଦନ କରିଥିଲେ । ଦୁଇଟି ୟୁନିଟ୍ ସିକ଼୍ସେମ୍ ଏବଂ ୩ଡି ଗ୍ଲାସ୍ ଦ୍ୱାରା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ୧୦୦୦ ପ୍ରତ୍ୟକ୍ଷ ଓ ୪୦୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି।
Powered by Froala Editor