ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ, ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଭିଡ଼
କଟକ: ଚାଲିଛି ପବିତ୍ର କାର୍ତ୍ତିକ ମାସ । ଧର୍ମ ମାସରେ କାର୍ତ୍ତିକ ବ୍ରତ କରୁଛନ୍ତି ମହିଳା। ସକାଳୁ ସକାଳୁ ସବୁ ମନ୍ଦିରରେ ଭିଡ ଜମୁଛି। ଏହି ଅବସରରେ ବାବା ଧବଳେଶ୍ୱରଙ୍କ ପୀଠରେ ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । କଟକର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ପ୍ରବଳ ଭିଡ଼ ଜମିଛି । ପଞ୍ଚୁକ ଓ ବଡଓଷା ପାଇଁ ତିନୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ହେବ । ପୁରୀରେ ଆସନ୍ତା କାଲିଠାରୁ ପଞ୍ଚୁକ ପାଳନ କରାଯିବ । ଏଥର ପଞ୍ଚୁକ ୪ଦିନ ପଡୁଥିବାରୁ ପୁରୀରେ କାଲି ପାଳନ ନେଇ ସୂଚନା ମିଳିଛି ।
Powered by Froala Editor