ସାରା ଓଡିଶାରେ ହେବ ବର୍ଷା
ଭୁବନେଶ୍ଵର : ମାଡି ଆସୁଛି ସାମୁଦ୍ରିକ ଝଡ ମାନ୍ଥା। ଏହାର ପ୍ରଭାବରେ ୨୮ ଏବଂ ୨୯ ତାରିଖରେ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୮ ତାରିଖରେ ମାଲକାନଗିରି ଓ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ୨୮ ତାରିଖରେ ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ କରାଯାଇଛି। ଆଉ ୧୭ ଜିଲ୍ଲାକୁ ୨୮ ତାରିଖ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେପଟେ ବାତ୍ୟାରେ ଦକ୍ଷିଣ ଓଡିଶା ବେଶୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ଉତ୍ତର ଓଡିଶା ଉପକୂଳରେ ମଧ୍ୟ ୨୮ ଏବଂ ୨୯ ତାରିଖରେ ପବନ ବହିବ। ଉତ୍ତର ଓଡିଶା ଉପକୂଳରେ ୪୦ରୁ ୫୦ କିମି ପବନ ବହିପାରେ।
Powered by Froala Editor