ଭୁଜାଲି ଦେଖାଇ ଲୁଟ୍
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନୀ ଭଳି ଅପରାଧିକ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଅନନ୍ତପୁର ପଞ୍ଚାୟତ ବେଲପୁରବସ୍ତିରେ ସେକ ଏଲାଉଦ୍ଦିନ ଘରେ ନ ଥିବାବେଳେ କିଛି ଡକାୟତ ତାଙ୍କ ଘରେ ପଶି ତାଙ୍କ ପତ୍ନୀ ଆମିନା ବିବିଙ୍କୁ ଭୁଜାଲି ଦେଖାଇ ଆକ୍ରମଣ କରିଥିଲେ। ଏବଂ ତାଙ୍କଠାରୁ ୩ଟି ସୁନାହାର, କାନଫୁଲ, କିଛି ରୂପା ଗହଣା ଏବଂ ନଗଦ ୬୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି।
Powered by Froala Editor