ଥାନାରେ ପଡିରହିଛି ଶବ, ଜଗିଛନ୍ତି ସ୍ତ୍ରୀ ଏବଂ ପୁଅ
ସୁବର୍ଣ୍ଣପୁର: ୮ଘଣ୍ଟା ହେଲା ଥାନାରେ ପଡିରହିଛି ଶବ, ଗ୍ରହଣ କରୁନାହାନ୍ତି ପରିବାର ଲୋକ। ମୃତଦେହକୁ ଜଗି ବସିଛନ୍ତି ସ୍ତ୍ରୀ ଏବଂ ପୁଅ। ମିଳିଥିବା ସୂଚନା ଅନୁଯାୟୀ ବରପଦର ଗାଁର ପ୍ରମୋଦ ବାଗ (୩୮ବର୍ଷ) ଅସୁସ୍ଥ ଥିଲେ। ସ୍ୱାମୀକୁ ଭଲ କରିବା ପାଇଁ ସ୍ତ୍ରୀ ଜନନୀ ବାଗ ପ୍ରଥମେ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।ପାରିବାରିକ କଳହ ଯୋଗୁଁ ମୃତଦେହକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ଫଳରେ ନ୍ୟାୟ ଦାବିରେ ମୃତଦେହକୁ ଧରି ଥାନା ପରିସରରେ ଜଗି ରହିଛନ୍ତି ସ୍ତ୍ରୀ ଏବଂ ପୁଅ।
Powered by Froala Editor