କୋଟାରେ ତାଲିମ ନେଉଥିଲେ, ଚାଲିଗଲା ଛାତ୍ରଙ୍କ ଜୀବନ
ପାତ୍ରପୁର: ନିଟ୍ ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଜଣେ ଛାତ୍ରର ଶନିବାର ମୃତ୍ୟୁ ଘଟିଛି। ଛାତ୍ରଜଣକ ହେଉଛନ୍ତି ପାତ୍ରପୁର ବ୍ଳକ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମର ରାଧାଶ୍ୟାମ ପାତ୍ରଙ୍କ ପୁଅ ରୋଷନ ପାତ୍ର । ରୋଷନ ଗତବର୍ଷ ଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ତାଲିମ ନେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ତାଙ୍କ ସାଙ୍ଗମାନେ ଜଣାଇଥିଲେ। ଖବର ପାଇ ବାପା ଏବଂ ଦାଦା କୋଟା ଅଭିମୁଖେ ଯାଇଛନ୍ତି।
Powered by Froala Editor