ଫାଟିଲା ଗ୍ୟାସ ସିଲିଣ୍ଡର, ନିଆଁ ଲାଗି ପୋଡ଼ିଗଲା ଘର
ସମ୍ବଲପୁର: ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଫାଟିଲା ଗ୍ୟାସ ସିଲିଣ୍ଡର । ନିଆଁ ଲାଗି ପୋଡ଼ିଗଲା ଘର । ସମ୍ବଲପୁର ଗୁରୁପଡ଼ାସ୍ଥିତ ନିରଞ୍ଜନ ପଟ୍ଟନାୟକଙ୍କ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଘର ମାଲିକ ଏବଂ ତାଙ୍କ ପତ୍ନୀ ଘରେ ଶୋଇଥିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଗାଁ ଲୋକେ ପହଞ୍ଚି ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରି ଦମକଳ ବାହିନୀକୁ ଖବର ଦେଇଥିଲେ । ତିନି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ସବୁ କିଛି ପୋଡ଼ିଯାଇଥିଲା ।
Powered by Froala Editor