ରାଜ୍ଯରେ ସିଧାସଳଖ ନିଯୁକ୍ତ ହେବେ ୪୨୧୯ ପୁଲିସ କନଷ୍ଟେବଳ
ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୁଲିସ କନଷ୍ଟେବଳ ସିଧାସଳଖ ନିଯୁକ୍ତ ହେବେ। ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଯାଇଛି।
ଗୃହ ବିଭାଗ ଉପ ସଚିବ ତରୁଣ କୁମାର ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ପୁଲିସରେ ୪୨୧୯ଟି ଖାଲିଥିବା କନଷ୍ଟେବଳ ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବା ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ସରକାର ବିଚାରବିମର୍ଶ ପରେ ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ୪୨୧୯ଟି ପଦକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ, ଯେଉଁଥିରେ ଆଇନଗତ ନିୟମାବଳୀକୁ ପାଳନ କରାଯିବ।
Powered by Froala Editor