ହେଲା ଲଘୁଚାପ ସୃଷ୍ଟି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଆହୁରି ଘନୀଭୂତ ହେବା ନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୨୪ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଅକ୍ଟୋବର ମାସ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା କେଉଁ ରୂପ ନେବ, ବାତ୍ୟା ଆଣିବ କି ନାହିଁ ସେନେଇ ସମସ୍ତଙ୍କ ମନରେ ଆଶଙ୍କା ବଢିବାରେ ଲାଗିଛି । ଆଗାମୀ ୨୪ଘଣ୍ଟାରେ ଅଧିକ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି ।
Powered by Froala Editor