ଇନ୍ଧନ ଲିକ ହେବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ
ଇନ୍ଧନ ଲିକ ହେବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଇଣ୍ଡିଗୋର ବିମାନଟି କୋଲକାତାରୁ ଶ୍ରୀନଗର ଯାଉଥିବା ବେଳେ ଇନ୍ଧନ ଲିକ ହେବାରୁ ଏହାକୁ ଉତ୍ତରପ୍ରଦେଶ ବାରଣାସୀର ଲାଲ୍ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ବିମାନରେ ଯାତ୍ରୀ ଏବଂ କ୍ରିୟୁଙ୍କୁ ମିଶାଇ ମୋଟ ୧୬୬ ଜଣ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି ।
ବିମାନଟି ଟେକ୍ ଅଫ୍ କରିବାର କିଛି ସମୟ ପରେ ବୈଷୟିକ ତ୍ରୁଟି ଦେଖାଦେବା ନେଇ ପାଇଲଟ ଆଶଙ୍କା କରିଥିଲେ । ତେଣୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରିଥିଲେ । ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା । ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା ।
ଜୁନ୍ ୧୬ରେ ହଂକଂରୁ ଦିଲ୍ଲୀ ଆସୁଥିବା ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ସେହିପରି ୨୧ ଜୁଲାଇରେ ଦିଲ୍ଲୀ କୋଲକତା ବିମାନରେ ଯାନ୍ତ୍ରିକ ତ୍ରୁଟି ସୂଚନା ମିଳିଥିଲା । ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ୍ କରିଥିଲା । ଏଥିରେ ୨୪୨ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୨୪୧ ଜଣଙ୍କ ଜୀବନ ଯାଇଥିଲା।
Powered by Froala Editor