କ୍ୟାନସର ପୀଡ଼ିତଙ୍କ ପୋଷ୍ଟ ଭାଇରାଲ, ଏବର୍ଷ ମୋ ଶେଷ ଦୀପାବଳି
"ଆଉ କିଛି ଦିନ ମଧ୍ୟରେ ସବୁ ଶେଷ ହୋଇଯିବ। ଏ ସୁନ୍ଦର ପୃଥିବୀ ଦେଖିବାକୁ ମୁଁ ଆଉ ନଥିବି। ମୁଁ ୨୧ ବର୍ଷ ବୟସର। ୪ର୍ଥ ଷ୍ଟେଜ୍ କ୍ୟାନସରରେ ପୀଡ଼ିତ। ବର୍ତ୍ତମାନ ସମୟରେ ସବୁ ରାସ୍ତା ଗଳି ଆଲୋକିତ , ଚାରିଆଡ଼େ ଖୁସିର ମାହୋଲ , ହେଲେ ଏହା ବୋଧହୁଏ ମୋର ଶେଷ ଦୀପାବଳି। ସୋସିଆଲ ମିଡ଼ିଆରେ କ୍ୟାନସରରେ ପୀଡ଼ିତ ଜଣେ ଯୁବକ ଏହି ପୋଷ୍ଟ କରିବା ପରେ ସମସ୍ତେ ଭାବପ୍ରବଣ ହୋଇ ଯାଇଛନ୍ତି।
କୋଲୋରେକ୍ଟାଲ କର୍କଟ ରୋଗରେ ପୀଡ଼ିତ ଥିବା ଯୁବକ ରେଡିଟ୍ରେ କରିଥିବା ପୋଷ୍ଟ ଏବେ ଭାଇରାଲ ହେଉଛି। ସବୁ ପ୍ରକାରର ଚିକିତ୍ସା କରି ଡାକ୍ତର ହାତ ଟେକିଦେବା ପରେ ଏବେ ସେ ମୃତ୍ୟୁର ଅତି ନିକଟତର ହେଉଥିବା ଲେଖିଛନ୍ତି।
ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, "ଦୀପାବଳି ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ରାସ୍ତା ଏବେ ଆଲୋକମାଳାରେ ସଜାଇ ହେଲାଣି। ଶେଷ ଥର ପାଇଁ ମୁଁ ଏସବୁ ଦେଖିବି ଜାଣି ବହୁତ କଷ୍ଟ ଲାଗୁଛି। ମୁଁ ଆଲୋକ, ହସ ଏବଂ ଶବ୍ଦକୁ ମନେ ପକାଇବି। ଅନ୍ୟମାନଙ୍କ ଜୀବନ ଆଗକୁ ବଢ଼ୁଥିବା ବେଳେ ମୁଁ ମୃତ୍ୟୁ ଆଡ଼କୁ ଟାଣି ହୋଇଯାଉଥିବା ଦେଖି ଅଜବ ଲାଗୁଛି।
ମୁଁ ଜାଣିଛି ଯେ, ଆସନ୍ତା ବର୍ଷ ବୋଧହୁଏ କେହି ସେହି ସ୍ଥାନରେ ଦୀପ ଜାଳିବ, ଯେଉଁଠି ମୋର ସ୍ମୃତି ରହିଥିବ। ମୁଁ ସ୍ମୃତିରେ ରହିଛି। କେବଳ ସ୍ମୃତି ହିଁ ରହି ଯିବ। ଏହାର ଆଗେ ସେ ଲେଖିଛନ୍ତି ଯେ, ମୋର ବି କିଛି ସ୍ୱପ୍ନ ଥିଲା। ଭବିଷ୍ୟତକୁ ନେଇ ପ୍ଲାନିଂ ଥିଲା।
Powered by Froala Editor