ମହାନଦୀ ପୋଲରୁ ଡେଇଁ ଯୁବକ ଗୁରୁତର
କଟକ: ବୁଧବାର ବିଳମ୍ବିତ ରାତିରେ ମହାନଦୀ ପୋଲରୁ ଜଣେ ଯୁବକ ଡେଇଁ ଗୁରୁତର ହୋଇଛନ୍ତି । ଯୁବକଙ୍କ ନାଁ ସତୀଶ ରାଉତ ଓ ଘର ଗୁଡ଼ିଆ ଅଞ୍ଚଳର । ଦୁର୍ଘଟଣା ଖବର ପାଇ ରାତି ପ୍ରାୟ ୪ଟା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ସେ ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ତେବେ ଯୁବକ ଜଣଙ୍କ ପୋଲ ତଳକୁ ଡେଇଁବାର ସଠିକ୍ କାରଣ ଜଣାପଡିନାହିଁ ।ଉଦ୍ଧାର କରିଥିବା ଦଳରେ ଥିବା ଅଗ୍ନିଶମ ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି ଯେ ବଳମ୍ବିତ ରାତିରେ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲୁ । ଏହା ଦୁର୍ଘଟଣା କି ଆତ୍ମହତ୍ୟା ଉଦ୍ୟମ କହି ହେବନି ବୋଲି କହିଛନ୍ତି।
Powered by Froala Editor