ପଙ୍କଜ ଧୀରଙ୍କ ପରଲୋକ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ ବୟସରେ ଗତକାଲି ତାଙ୍କର ହଠାତ୍ ଦେହାନ୍ତ ହୋଇଛି । କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ପଙ୍କଜଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor