୩ କଫ୍ ସିରପ୍ ବିଷ : WHOର ଚେତାବନୀ
ଭାରତରେ ବିଷାକ୍ତ କଫ ସିରପ ଯୋଗୁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁୁ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ବିଷୟକୁ ଧ୍ୟାନ ଦେଇଛି। ଏହାକୁ ଗୁରୁତ୍ୱ ଦେଇ ୩ଟି ଔଷଧ କମ୍ପାନୀକୁ ଚେତାବନୀ ଦେଇଛନ୍ତି । ଯେଉଁଥିରେ କୋଲଡ୍ରିଫ୍ ଅନ୍ତର୍ଭୁକ୍ତ । କାରଣ ସେହି କୋଲ୍ଡ ରିଫ୍ ହେତୁ ମଧ୍ୟପ୍ରଦେଶରେ ଯାଇଛି ଅନେକ ଜୀବନ । WHO ଅନୁରୋଧ କରିଛି ଯେ ଯଦି ଏହି କଫ ସିରପ୍ କୌଣସି ସ୍ଥାନରେ ଦେଖିବାକୁ ମିଳେ ତେବେ ସେଗୁଡ଼ିକୁ ତୁରନ୍ତ ରିପୋର୍ଟ କରାଯିବା ଉଚିତ ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଶ୍ରୀସାନ ଫାର୍ମାର କୋଲଡରିଫ, ରେଡନେକ୍ସ ଫାର୍ମାର ରେସ୍ପିଫ୍ରେସ TR ଏବଂ ସେପ ଫାର୍ମାର ରିଲାଇଫ ସିରପର ନିର୍ଦ୍ଦିଷ୍ଟ ବ୍ୟାଚ୍ଗୁଡ଼ିକୁ ଭେଜାଲ ଭାବରେ ଚିହ୍ନଟ କରିଛି। WHO କହିଛି ଯେ, ଏହି ସିରପଗୁଡ଼ିକ ସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରେ। ଏହା ଗୁରୁତର ଏବଂ ମାରାତ୍ମକ ରୋଗ ମଧ୍ୟ ସୃଷ୍ଟି କରିପାରେ।
ତାମିଲନାଡୁର ଶ୍ରୀସାନ ଔଷଧ କମ୍ପାନୀର ଲାଇସେନ୍ସ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। କମ୍ପାନୀକୁ ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ରାଜ୍ୟ ସରକାର ସୋମବାର ଏହା ଘୋଷଣା କରିଛନ୍ତି।
Powered by Froala Editor