ଦୋଷୀକୁ ଚିହ୍ନଟ କରି ଫାଶି ଦଣ୍ଡ ଦିଆଯାଉ, ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପୀତବାସଙ୍କ ଧର୍ମପତ୍ନୀ
ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକୁ ୮ ଦିନ ବିତି ସାରିଛି। ପୁଲିସ ସବୁଦିଗରୁ ତଦନ୍ତକୁ ତନାଘନା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଖୁଲାସା ହୋଇପାରିନି। ଏଭଳି ସ୍ଥିତିରେ ପୀତବାସଙ୍କ ଧର୍ମପତ୍ନୀ ସୁସ୍ମିତା ପଣ୍ଡା ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ମୋ ସ୍ବାମୀ ଜଣେ ଭଲ ଲୋକ ଥିଲେ। ଦୁଃଖୀମାନଙ୍କ ପାଇଁ ତାଙ୍କ ପ୍ରାଣ କାନ୍ଦୁଥିଲା। ସେ ଗରିବ ଲୋକଙ୍କୁ ନ୍ୟାୟ ଦେଉଥିଲେ। ମୁଁ ସ୍ବାମୀଙ୍କୁ ହରାଇଛି, ମୋ ସୁନାର ସଂସାର ଉଜୁଡ଼ି ଯାଇଛି। ମୁଁ ଏବେ ଦିନରାତି କାନ୍ଦୁଛି। ମୁଁ ଯେମିତି କାନ୍ଦୁଛି ଦୋଷୀମାନେ ମଧ୍ୟ ସେମିତି କାନ୍ଦନ୍ତୁ, ଏହା ମୁଁ ଚାହୁଁଛି । ଆଇନ ବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଭରସା ଅଛି। ମୋ ଦୁଃଖ ମୁଖ୍ୟମନ୍ତ୍ରୀ ବୁଝନ୍ତୁ ଓ ମୋତେ ନ୍ୟାୟ ଦିଅନ୍ତୁ। ଦୋଷୀକୁ ଚିହ୍ନଟ କରି ଫାଶି ଦଣ୍ଡ ଦିଆଯାଉ ବୋଲି ସୁସ୍ମିତା ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
Powered by Froala Editor