ଅଳିଆଗଦାରେ ଫୁଟିଲା ବାଣ, ଶିଶୁ ଗୁରୁତର
ନୟାଗଡ : ନୟାଗଡ ସଦରଥାନା ଗୁପ୍ତପଲ୍ଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଳିଆଗଦା ପୋଡିବା ବେଳେ ବାଣ ଫୁଟି ଜଣେ ୮ବର୍ଷର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଶିଶୁ ଚାନ୍ଦୁ ବାହୁକକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ଫଳରେ ଶିଶୁଟିର ମୁହଁ ଏବଂ ଦୁଇ ହାତ ପୋଡିଯାଇଥିବା ଡାକ୍ତର କହିଛନ୍ତି ।
ସୂଚନା ଅନୁସାରେ ଗୁପ୍ତପଲ୍ଲି ଗାଁର ବିଶ୍ବନାଥ ବାହୁକଙ୍କ ପୁଅ ଚାନ୍ଦୁ ସକାଳେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଅଳିଆଗଦାରେ ଡିଆସିଲି ଲଗାଇ ଦେଇଥିଲା । ଏହି ସମୟରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା । ଅଳିଆଗଦାରେ କେହି ବାଣ ପକାଇଥିଲା ଏବଂ ତାହା ଫୁଟିଗଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବିସ୍ଫୋରଣ ଫଳରେ ଶିଶୁଟିର ମୁହଁ ଏବଂ ଦୁଇ ହାତ ପୋଡିଯାଇଥିଲା।
Powered by Froala Editor