ମଦ ପିଇବାକୁ ଟଙ୍କା ନଦେବାରୁ ଭିକ୍ଷୁକଙ୍କୁ ନିର୍ମମ ହତ୍ୟା
ସୋରଡ଼ା: ଗଞ୍ଜାମ ସୋରଡା ଥାନା ଗୋଚ୍ଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁରୁ ଜଣେ ବ୍ୟକ୍ତିଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଧରାକୋଟ ଥାନା ସିଂହିପୁର ଗାଁର ଶିଶୁର ମୁନି ବୋଲି ଜଣାପଡିଛି। ସେ କିଛି ଦିନ ହେବ ଗୋଚ୍ଛା ପଞ୍ଚାୟତ ଅଞ୍ଚଳରେ ରହି ଭିକ୍ଷାବୃତ୍ତି କରୁଥିଲେ। ଆଜି ଭୋର୍ ସମୟରେ ଦୁଇ ଜଣ ଯୁବକ ଶିଶିରଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଠେଙ୍ଗାରେ ପିଟି ପିଟି ଶିଶିରଙ୍କୁ ହତ୍ୟା କରିଥିଲେ। ପୁଲିସ୍ ପହଞ୍ଚି ତଦନ୍ତ କରୁଛି ।
Powered by Froala Editor