ବିଜେପିର କୋର କମିଟି ବୈଠକ ଆଜି
ଭୁବନେଶ୍ବର: ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ କୋର୍ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମର କହିଛନ୍ତି ଯେ, ବହୁତ ଆଶାୟୀଙ୍କ ନାମ ରହିଛି। କୋର କମିଟି ବୈଠକରେ ଆଲୋଚନା ହେବ। ଖୁବ୍ଶୀଘ୍ର ବିଜେପି ପ୍ରାର୍ଥୀ ଘୋଷଣା କରିବ। ଆମେ ଏହି ଆସନ ଜିତିବୁ। ଅନ୍ୟପକ୍ଷରେ ନୂଆପଡ଼ା ଆସନରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ପ୍ରାର୍ଥୀ ହେବା ନେଇ ଦଳୀୟ ମହଲରେ ଆଲୋଚନା ହେଉଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Powered by Froala Editor