ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ

କଟକ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ କର୍ମଚାରୀଙ୍କ ରିଲିଜ୍ ଅର୍ଡର ଓ ଏରିୟର କରାଇଦେବାକୁ କହି ତାଙ୍କ ତଳିଆ କର୍ମଚାରୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଆଉ କିଛି ଉପାୟ ନପାଇ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀଙ୍କଠାରୁ ବାଲିପଦର ବସ୍ ଷ୍ଟପ୍ ଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।
Powered by Froala Editor