ନୂଆପଡା ନିର୍ବାଚନ: ଖୁବଶୀଘ୍ର ବିଜେପି କରିବ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ନୂଆପଡା ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ଏନେଇ ଆସନ୍ତାକାଲି ବିଜେପି କୋର କମିଟି ବୈଠକ ବସିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର । ଆସନ୍ତାକାଲି ହେବାକୁ ଥିବା ବୈଠକରେ ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟ ଉପସ୍ଥିତ ରହିବେ । ନୂଆପଡା ନିର୍ବାଚନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ତୋମାର କହିଛନ୍ତି ବହୁତ ଆଶାୟୀଙ୍କ ନାମ ରହିଛି, ବୈଠକରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରାଯିବ । କାହାକୁ ଦଳ ପ୍ରାର୍ଥୀ କରିବ ସେନେଇ ବିଚାରବିମର୍ଶ ହେବା ପରେ ଦଳ ପ୍ରାର୍ଥୀଙ୍କ ନାମ କେନ୍ଦ୍ରକୁ ପଠାଇବ । ଏହାପରେ ପ୍ରାର୍ଥୀଙ୍କ ନାମରେ ମୋହର ବାଜିବା ପରେ ଘୋଷଣା ହେବ ।
Powered by Froala Editor