ଆଜି ଓକିଲଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ

ଭୁବନେଶ୍ୱର: ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍ କାଉନସିଲ ତୀବ୍ର ନିନ୍ଦା କରିଛି। ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ସହ ଦୋଷୀଙ୍କୁ ଗିରଫ ଓ ଘଟଣାର ନ୍ୟାୟିକ ତଦନ୍ତ କରାଯିବାକୁ ବାର୍ କାଉନସିଲ ପକ୍ଷରୁ ଏକ ବିବୃତି ଜରିଆରେ ଦାବି କରାଯାଇଛି।ରାଜ୍ୟ ବାର୍ କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗସ୍ତ କରି ଫେରିବା ପରେ ସେ କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରିବା ସହିତ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ।
Powered by Froala Editor