ଗୁଣ୍ଡିଚାଘାଗିରେ ରିଲ୍ସ କଲେ ଲାଗିବ ଜରିମାନା

କେନ୍ଦୁଝର ଜିଲ୍ଲା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୁଣ୍ଡିଚାଘାଗି ଜଳ ପ୍ରପାତରେ ବାରମ୍ବାର ପର୍ଯ୍ୟଟକ ନିଖୋଜ ହେବା କିମ୍ବା ସେମାନଙ୍କ ମୃତ୍ୟୁ ଘଟୁଥିବା କାରଣରୁ ତାହାକୁ ରୋକିବା ଲାଗି ସ୍ଥାନୀୟ ସରପଞ୍ଚ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିୟମ ଉଲଘଂନ କଲେ ଗଣିବେ ୫ ହଜାର ଜରିମାନା । ଗୁଣ୍ଡିଚା ଘାଗି ଉନ୍ନୟନ ପରିଷଦ ସଦସ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏହାକୁ ତଦାରଖ କରିବେ ବୋଲି ଜଣାପଡିଛି ।
ଘଟଗାଁ ବ୍ଲକ ଗୁଣ୍ଡିଚାଘାଗି ଜଳ ପ୍ରପାତରେ କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ଦେବେଶ ବେହେରା ଏଠାରେ ଭାସି ଯାଇଥିଲେ । ସେ ଏବେ ସୁଦ୍ଧା ନିଖୋଜ ରହିଛନ୍ତି । ତାର ଠିକ୍ ୨୭ଦିନ ପରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧୀନରୁ ପୁଣି ଏକ ଯୁବକ ନିଖୋଜ ହୋଇ ଯାଇଥିଲେ । ୨୮ଘଣ୍ଟା ପରେ ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳବାସୀଙ୍କୁ ମର୍ମହାତ କରିଛି । ଏହାକୁ ରୋକିବା ଲକ୍ଷ୍ୟରେ ମୁକୁନ୍ଦପୁର ପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ କୌଣସି ପର୍ଯ୍ୟଟକ ମଦ୍ୟପାନ କରି ଜଳ ପ୍ରପାତ ନିକଟକୁ ପ୍ରବେଶ କରିବା ନିଷେଧ, ସୋସିଆଲ ମିଡିଆରେ ପୋଷ୍ଟ କରିବା ଉଦେଶ୍ୟରେ ରିଲସ କିମ୍ବା ଫୋଟ ଉଠାଇବା ନିଷେଧ, ଜଳ କୁଣ୍ଡରେ ଗାଧୋଇବା ମନା ଆଦି କଟକଣା ଜାରି କରିଛନ୍ତି ।
Powered by Froala Editor