କଟକ ସହରରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର

କଟକ: କଟକରୁ ହଟିଲା କର୍ଫ୍ୟୁ। କଟକ ସହରରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର ହୋଇଛି। ଏ ନେଇ ସୂଚନା ନେଇ ପୁଲିସ୍ କମିଶନର ସୂଚନା ଦେଇଛନ୍ତି। ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୁଲିସ୍ ମୁତୟନ ହୋଇଛନ୍ତି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନି। ପରିସ୍ଥିତି ଦେଖି ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ।
ତେବେ ରବିବାର ରାତିରୁ କଟକଣା ଲାଗୁ ହୋଇଥିବା ବେଳେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା। ୧୦ଟା ପୂର୍ବରୁ ପୁଲିସ ପକ୍ଷରୁ କଟକଣା ନେଇ କୌଣସି ସୂଚନା ନଆସିବା ପରେ କର୍ଫ୍ୟୁ କୋହଳ କରାଯାଇଥିଲା ।
Powered by Froala Editor