ମେଡିସିନରେ ତିନି ଜଣ ଡାକ୍ତରଙ୍କୁ ନୋବେଲ ପୁରସ୍କାର
୨୦୨୫ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଭେଷଜ (ମେଡିସିନ)ରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ଡାକ୍ତରଙ୍କୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେମାନେ ହେଲେ ଆମେରିକାର ମେରି ଇ. ବ୍ରାଙ୍କୋ, ଫ୍ରେଡ ରାମ୍ସଡେଲ ଏବଂ ଜାପାନର ଶିମୋନ ସାକାଗୁଚି। ପେରିଫେରାଲ ଇମ୍ୟୁନ ଟଲରେନ୍ସ(ଶରୀରର ବାହାର ଅଂଶରେ ରୋଗପ୍ରତିରୋଧକ ବ୍ୟବସ୍ଥାର ସହନଶୀଳତା) ସମ୍ପର୍କରେ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ନୋବେଲ ପୁରସ୍କାରର ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ପୋଷ୍ଟରେ ଲେଖାଯାଇଛି, "ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚି ପ୍ରତିରକ୍ଷା ପ୍ରଣାଳୀ କିପରି ନିୟନ୍ତ୍ରିତ ରଖାଯାଏ ତାହା ଉପରେ ଗବେଷଣା କରିଛନ୍ତି। 'ପେରିଫେରାଲ୍ ଇମ୍ୟୁନ୍ ଟଲରେନ୍ସ' (ପାରିପାର୍ଶ୍ବିକ ରୋଗପ୍ରତିରୋଧକ ସହନଶୀଳତା) ସମ୍ବନ୍ଧୀୟ ସେମାନଙ୍କର ଆବିଷ୍କାର ପାଇଁ ଏହି ତିନି ଜଣଙ୍କୁ ସମ୍ମାନିତ କରାଯାଇଛି।"
ଏହି ଗବେଷଣା ଶରୀରର ରୋଗପ୍ରତିରୋଧ ବ୍ୟବସ୍ଥାକୁ ବୁଝିବାରେ କ୍ରାନ୍ତି ଆଣିଛି। ଏହାଦ୍ଵାରା ରୁମାଟଏଡ ଆର୍ଥାରାଇଟିସ, ଟାଇପ-୧ ଡାଇବେଟିସ ଭଳି ରୋଗର ଚିକିତ୍ସା ପାଇଁ ପଥ ପରିଷ୍କାର କରିବ।
Powered by Froala Editor