ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି: ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ। ଜିଲ୍ଲାର ସୁରକ୍ଷା, ମାଓଦମନ, ବିକାଶ କାର୍ୟ୍ୟ ଉପରେ ସମୀକ୍ଷା କରିବେ ପୋଲିସ ଡିଜି। ଏହି ଅବସରରେ ଡିଜି ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲି ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି। ସେଠାରେ ସୁରକ୍ଷା ବାହିନୀର ଅଧିକାରୀଙ୍କ ସହ ମାଓ ମୁକାବିଲା ରଣନୀତି ନେଇ ଆଲୋଚନା କରିବେ।
ସୂଚନା ମୁତାବକ ମାଲକାନଗିରିର ବରିଷ୍ଠ ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସହ ଡିଜି ବୈଠକ କରିବେ। କିଛି ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଛି । ସୀମାନ୍ତବର୍ତ୍ତି ଛତିଶଗଡ଼ ଓ ଆନ୍ଧ୍ର ପୋଲିସ ସହ ମିଳିତ ଭାବେ ଅପରେସନ ଉପରେ ଅଧିକ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ମାଲକାନଗିରି ପରେ କୋରାପୁଟ ଓ କନ୍ଧମାଳ ଗସ୍ତ କରିବେ ପୋଲିସ ଡିଜି।
Powered by Froala Editor