୧୧ ଶିଶୁଙ୍କ ଜୀବନ ନେଲା କଫ୍ ସିରପ୍, ଆଜି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ
ନୂଆଦିଲ୍ଲୀ : ଘାତକ ସାଜିଛି କଫ୍ ସିରପ୍। ମଧ୍ୟପ୍ରଦେଶରେ ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ନେଲା କଫ୍ ସିରପ୍। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଜରୁରୀ ବୈଠକ ଡାକିଛନ୍ତି। ଆଜି ଅପରାହ୍ନ ୪ଟାରେ ସବୁ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଏବଂ ଡ୍ରଗ୍ସ କଣ୍ଟୋଲରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ନେଇ ସୂଚନା ମିଳିଛି।
ସେପଟେ ଅଧିକାଂଶ ରାଜ୍ୟ ଏବେ କଫ୍ ସିରପ୍ କୁ ବ୍ୟାନ୍ କରିଛନ୍ତି। କେରଳ , ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ଭଳି ରାଜ୍ୟ ଏବେ ଏହାକୁ ବ୍ୟାନ୍ କରାଯାଇଛି। ଲ୍ୟାବ୍ ଟେଷ୍ଟରୁ ଜଣାପଡିଛି ଯେ , ଏହି ସିରପ୍ରେ ସର୍ବାଧିକ ମାତ୍ରାରେ ବିଷାକ୍ତ କେମିକାଲ୍ ବ୍ୟବହାର ହୋଇଛି। ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି କଫ୍ ସିରିପ୍ ଦେବା ନେଇ କଟକଣା ରହିଛି। ସେପଟେ ମଧ୍ୟପ୍ରଦେଶରେ ଯେଉଁ ଡାକ୍ତର କିଛି ଶିଶୁଙ୍କ ପାଇଁ ଏହାକୁ ପ୍ରେସସ୍କ୍ରାଇବ୍ କରିଥିଲେ , ତାଙ୍କୁ ଗିରଫ କରାଯାଇଛି।
Powered by Froala Editor