ଭସାଣ ଉତ୍ସବ ବେଳେ ପ୍ରବଳ ଗଣ୍ଡଗୋଳ, ଡିସିପିଙ୍କ ସମେତ ୧୫ରୁ ଅଧିକ ଆହତ

କଟକ: କଟକରେ ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ଚାଲିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଦରଘାବଜ଼ାର ଥାନା ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ଘଟିଛି। ଢେଲାମାଡରେ ଡିସିପିଙ୍କ ସମେତ ୧୫ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ସ୍ଥାନୀୟ ଅଞ୍ଚଳରେ ବିଏନ୍ଏସ୍ର ୧୬୩ ଧାରା ଜାରି କରିଛି। ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ଏବେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ଥିବାସତ୍ତ୍ବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରlରେ ବିସର୍ଜନ ପାଇଁ ଦେବୀଗଡ଼ା ଅଭିମୁଖେ ଯାଉଥିଲେ ।
ତେବେ ଦରଘlବଜ଼ାର ଜେଲରୋଡ଼ର ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍ ଢେଲାମାଡ଼ ହୋଇଥିଲା । ଢେଲାମାଡ଼ର କାରଣ ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଢେଲାମାଡ଼ ହେବାକୁ ଲାଗିଥିଲା। ପ୍ରାୟ ୧୫ ଜଣରୁ ଅଧିକ ଏଥିରେ ଆହତ ହୋଇଛନ୍ତି।
Powered by Froala Editor