ପ୍ରବଳ ବର୍ଷା: ଧାନ ଜମିରେ ମାଡ଼ିଲା ପାଣି

ଗୁଣୁପୁର: ରାୟଗଡା ଜିଲା ଗୁଣୁପୁର ବ୍ଲକର ଦୁର୍ଗମ ଗିରି କନ୍ଦରରେ ଥିବା ଶଗଡା ଓ ପୁଟାସିଂ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଅନେକ ଚାଷୀଙ୍କ ଧାନ ଜମିରେ ବାଲି ମାଡ଼ି ଯାଇଥିବା ବେଳେ ଫସଲ ସବୁ ଭାସି ଯାଇଛି । ଆଉ କେତେକ ଅଞ୍ଚଳରେ ପାଣି ଜମି ରହି ଫସଲ ନଷ୍ଟ ହୋଇଯାଇଛି । ପବନ ଯୋଗୁଁ ଧାନ, କପା ଫସଲ ଭାଙ୍ଗି ପଡିଛି । ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
Powered by Froala Editor