ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଅନୁଭବ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର: ସିନେମା ହଲ ମାନଙ୍କରେ ଓଡ଼ିଆ ଚଳଚ୍ଚିତ୍ରକୁ ସ୍ଲଟ ମିଳୁନଥିବା ନେଇ ଅନୁଭବ ମହାନ୍ତିଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅନୁଭବ। ଦକ୍ଷିଣ ଭାରତୀୟ ସିନେମା ହିନ୍ଦୀରେ ଡବିଙ୍ଗ ହୋଇ ଓଡିଶାରେ ହଲ ମାନଙ୍କରେ ଅଧିକ ସ୍ଲଟ ମିଳୁଛି । ଓଡ଼ିଆ ଚଳଚ୍ଚିତ୍ରକୁ ହଲରୁ ହଟାଇଦେଉଥିବା ଅନୁଭବ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି |
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ହସ୍ତକ୍ଷେପ ପାଇଁ ଓଡ଼ିଆ ସୁପରଷ୍ଟାର ତଥା ଫିଲ୍ମ ଚାରିଧାମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି ଅପିଲ କରିଛନ୍ତି |
Powered by Froala Editor