ସୁରକ୍ଷିତ ଉଦ୍ଧାର ହେଲେ ମହେନ୍ଦ୍ରଗିରିରେ ଫସିଥିବା ପର୍ଯ୍ୟଟକ
ଗଜପତି: ଗୁରୁବାର ସନ୍ଧ୍ୟାରେ କିଛି ପର୍ଯ୍ୟଟକ ମହେନ୍ଦ୍ରଗିରି ବୁଲି ଆସି ଫସି ରହିଥିବା ଖବର ଆସିଥିଲା। ତେବେ ଫସି ରହିଥିବା ସମସ୍ତ ୨୪ ଜଣ ପର୍ଯ୍ୟଟକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଉଦ୍ଧାର ପର୍ଯ୍ୟଟକ ମାନେ ମହେନ୍ଦ୍ରଗିରିର ଇକୋ ରିସୋର୍ଟରେ ସୁରକ୍ଷିତ ରହିଛନ୍ତି। ସେପଟେ ବର୍ତ୍ତମାନ ପର୍ଯ୍ୟଟକଙ୍କୁ ମହେନ୍ଦ୍ରଗିରି ଯିବାକୁ ମନା କରିଛି ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଯିବା ପର୍ଯ୍ୟଟକଙ୍କୁ ମନା କରାଯାଇଛି।
Powered by Froala Editor