ପର୍ଯ୍ୟଟକଙ୍କ ପାଇଁଁ ବଦଳିଲା ସମୟ ନିର୍ଘଣ୍ଟ, ଜାଣନ୍ତୁ କାହିଁକି ?

ନନ୍ଦନକାନନ: ସମୟ ନିର୍ଘଣ୍ଟ ବଦଳିଛି। ପ୍ରତିବର୍ଷ ଭଳି ଶୀତଋତୁ ସାଙ୍ଗକୁ ଛୋଟଦିନ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ (ବଟାନୀକାଲ ଗାର୍ଡେନ) ଆଜିଠାରୁ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ସକାଳ ୮ଟାରୁ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏହି ନିୟମ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ।
Powered by Froala Editor