ପ୍ରଚାର ରାଲିରେ ଦଳାଚକଟା ଘଟଣା: ୨୦ ଲକ୍ଷ କ୍ଷତିପୂରଣ ଦେବେ ବିଜୟ
ନୂଆଦିଲ୍ଲୀ : ତାମିଲନାଡୁର କରୁର୍ଠାରେ ତାମିଲ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ନିର୍ବାଚନ ପ୍ରଚାର ରାଲିରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଶିଶୁ ଏବଂ ୧୬ ମହିଳା ଥିବା ଜଣାପଡିଛି। ଦଳାଚକଟାରେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସେପଟେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ଥଲପତି ବିଜୟ। ୩୯ ଜଣ ମୃତକଙ୍କ ପରିବାରକୁ ସେ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଟିଭିକେ ମୁଖ୍ୟ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ ଏହି ଦୁଃଖଦ ଦୁର୍ଘଟଣାରେ ଆହତ ହୋଇଥିବା ପ୍ରାୟ ୧୦୦ଜଣଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଆର୍ଥିକ ସହାୟତା ମିଳିବ।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ, ବିଜୟ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘ମୋ ହୃଦୟର ଯନ୍ତ୍ରଣାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ମୁଁ ଯେଉଁମାନଙ୍କୁ ଭେଟିଛି ସେମାନଙ୍କ ମୁହଁ ମୋ ଆଖି ଆଗରେ ଝଲସୁଛି।
Powered by Froala Editor