ବିଜୟଙ୍କ ରାଲିରେ ଦଳାଚକଟା, ୩୧ ଜଣଙ୍କ ମୃତ୍ୟୁ
ତାମିଲନାଡୁରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଛି ଏବଂ ଖବର ଅନୁସାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ଭିଡ଼ରୁ ଦଳଚକଟା ଘଟଣାରେ ୩୧ ଜଣଙ୍କ ଜୀବନ ଯାଇଛି । ଅଭିନେତାରୁ ନେତା ସାଜିଥିବା ବିଜୟ ଥାଲାପତିଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିବା ବେଳେ ବିଜୟ ଭାଷଣ ଦେବା ବେଳେ ଭୟଙ୍କର ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିଲା ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ଯରେ ମହିଳା ଓ ଶିଶୁ ଅଛନ୍ତି ।
ସୂଚନା ମୁତାବକ ତାମିଲନାଡୁର କରୁରରେ ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପିଲା ଏବଂ ଦଳୀୟ କର୍ମୀଙ୍କ ସମେତ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ବିଜୟ ପରିସ୍ଥିତି ଦେଖି ତୁରନ୍ତ ତାଙ୍କ ଭାଷଣ ବନ୍ଦ କରି ଦେଇଥିଲେ। ଦଳାଚକଟାରେ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ କରୁର ଘଟଣାରେ ଚିନ୍ତା ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ପୂର୍ବରୁ ୧୩ସେପ୍ଟେମ୍ବରରେ ତାମିଲନାଡୁ ଅଭିନେତା ଥାଲାପତି ବିଜୟ ତିରୁଚିରାପାଲି (ତ୍ରିଚି)ରେ ଏକ ରାଜନୈତିକ ରାଲି ଆୟୋଜନ କରିଥିଲେ, ଯେଉଁଥିରେ ଭଙ୍ଗାରୁଜା ଏବଂ ଦଳାଚକଟା ହୋଇଥିଲା। ଏହି ମାମଲାର ଶୁଣାଣି ସମୟରେ, ମାଡ୍ରାସ ହାଇକୋର୍ଟ କଡ଼ା ମନ୍ତବ୍ୟ ଦେଇଥିଲେ। ରାଜନୈତିକ ଦଳର ରାଲି ପାଇଁ ନୂତନ ନିର୍ଦ୍ଦେଶାବଳୀ ସୃଷ୍ଟି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଅନୁଷ୍ଠିତ ସମସ୍ତ ରାଜନୈତିକ ରାଲି ଆଇନଗତ ଭାବରେ ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବାକୁ କୋର୍ଟ ତାମିଲନାଡୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।
Powered by Froala Editor