ଶୈଳେଶ ଚନ୍ଦ୍ର ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ

ଅକ୍ଟୋବର ୧ରୁ ଶୈଳେଶ ଚନ୍ଦ୍ରଙ୍କୁ ଟାଟା ମୋଟର୍ସ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛି। ଶୈଳେଶ ଚନ୍ଦ୍ର ବର୍ତ୍ତମାନ ଟାଟା ମୋଟର୍ସ ପାସେଞ୍ଜର ଯାନବାହନ ଲିମିଟେଡ୍ ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।
କମ୍ପାନୀର ଗୋଷ୍ଠୀ ମୁଖ୍ୟ ଆର୍ଥିକ ଅଧିକାରୀ ପିବି ବାଲାଜୀ ଇସ୍ତଫା ଦେଇଛନ୍ତି । ପିବି ବାଲାଜୀ ୟୁକେରେ ଜେଏଲଆର ଅଟୋମୋଟିଭର ମୁଖ୍ୟ ପରିଚାଳନା ନିର୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ ସ୍ଥାନରେ ଧୀମାନ ଗୁପ୍ତାଙ୍କୁ ଟାଟା ମୋଟର୍ସର ନୂତନ ଗୋଷ୍ଠୀ ମୁଖ୍ୟ ଆର୍ଥିକ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି ଏବଂ ଏହା ମଧ୍ୟ ନଭେମ୍ବର ୧୭ରୁ କାର୍ୟ୍ୟକାରୀ ହେବ। ଧୀମାନ ଗୁପ୍ତା ବର୍ତ୍ତମାନ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡର ସିଏଫଓ ଭାବେ କାର୍ଯ୍ୟ କରୁଛନ୍ତି।
Powered by Froala Editor