ଆଜି ଝାରସୁଗୁଡା ଯୁବ ସମାବେଶରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, ଏକ୍ସରେ ଦେଲେ ସୂଚନା

ନୂଆଦିଲ୍ଲୀ: ଆଜି ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟା ୧୦ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଯାଇ ୧୧ଟା ୨୫ରେ ଅମଲିପାଲି ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ । ଯୁବ ସମାବେଶରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ମୋଦୀ ଆସୁଥିବା ନେଇ ଏକ୍ସରେ ନିଜେ ସୂଚନା ଦେଇଛନ୍ତି ।
ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ଭିତରେ ୫୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ, ଏହାସହିତ ୯୭ହଜାର ୫୦୦ରୁ ଅଧିକ ଟେଲକମ୍ ଟାୱାର କାର୍ଯ୍ୟକ୍ଷମ କରାଯିବ ବୋଲି ମୋଦୀ ଏକ୍ସରେ ସୂଚନା ଦେଇଛନ୍ତି।
Powered by Froala Editor