ଔଷଧ କ୍ଷେତ୍ରରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ପୁଣି ଟ୍ରମ୍ପଙ୍କ ଟାରିଫ୍ ଛାଟ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ଔଷଧଗୁଡିକରେ ଏବେ ୧୦୦ପ୍ରତିଶତ ଶୁଳ୍କ ଲାଗୁ ହେବ । ଏନେଇ ସୋସିଆଲ ମିଡ଼ିଆ ପୋଷ୍ଟରେ ସୂଚନା ଦେଇଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପାଇଁ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩୦୦୦କୋଟି ଟଙ୍କା ଔଷଧ ରପ୍ତାନି କରିଥାଏ । ୧୦୦% ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ୍ ଔଷଧର ଦର ବହୁତ ବଢିଯିବ । ଏଥିପାଇଁ ସନ୍ ଫାର୍ମା, ଡକ୍ଟର ରେଡ୍ଡି, ସିପ୍ଲା, ଲୁପିନ୍ ପରି ବଡ କମ୍ପାନୀଗୁଡିକ ଉପରେ ଗଭୀର ଭାବେ ପ୍ରଭାବ ପଡିପାରେ ।
Powered by Froala Editor