ମହିଳାଙ୍କୁ ବଡ ଉପହାର ଦେଲେ ମୋଦୀ, ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ମହିଳାଙ୍କୁ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦୀ । ନୂଆଦିଲ୍ଲୀରୁ ଆଜି ଭିଡ଼ିଓ କନଫେନ୍ସରେ ‘ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି । ଆଜି ପ୍ରଥମ କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ହଜାର ଟଙ୍କା ପଠାଯାଇଛି ।
ଏହି ଯୋଜନା ଅଧୀନରେ ରାଜ୍ୟର ୭୫ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧ଲକ୍ଷ ଟଙ୍କା ପଠାଯିବ । ଶୁକ୍ରବାର ଏହି ଯୋଜନାର ପ୍ରଥମ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି । ରୋଜଗାର ଭଲ ହେଲେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।
Powered by Froala Editor