ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଫେରାର

୧୫ ଜଣ ଯୁବତୀଙ୍କୁ ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍ ଅଛନ୍ତି। ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚୈତନ୍ୟାନନ୍ଦଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ୱାର୍ଡେନ ଛାତ୍ରୀମାନଙ୍କୁ ଅଭିଯୁକ୍ତଙ୍କ ସହ ପରିଚୟ କରାଇଥିଲେ ।
ଛାତ୍ରୀମାନେ କହିଛନ୍ତି ଯେ ସେମାନଙ୍କୁ ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟସଆପ୍ ମେସେଜ୍ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ଆଶ୍ରମର ନାମ ଶ୍ରୀ ଶାରଦା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଏବଂ ଅଭିଯୁକ୍ତ ହେଉଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥି । ଅଭିଯୋଗ ହେବା ପରେ ପୁଲିସ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ବାବାଙ୍କୁ ଧରିବାକୁ ଛାନଭିନ ଆରମ୍ଭ ହୋଇଛି ।
ଚୈତନ୍ୟାନନ୍ଦ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି। ତାଙ୍କ ଭଲଭୋ କାର୍ରୁ ଏକ ନକଲି ୩୯ ୟୁଏନ୍ ୧ ନମ୍ବର ମଧ୍ୟ ମିଳିଛି। ଗାଡ଼ିଟି ଏବେ ପୋଲିସ ଜବତ କରିଛି। ମାମଲା ପଞ୍ଜୀକରଣ ପରେ, ଆଶ୍ରମ ପ୍ରଶାସନ ଅଭିଯୁକ୍ତଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛି।
ଦିଲ୍ଲୀ ପୋଲିସ ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ସନ୍ଧାନ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।
Powered by Froala Editor