ଅକ୍ଟୋବର ୨୪ରେ ହେବ ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି ।
ଆସନ୍ତା ଅକ୍ଟୋବର ୨୪ରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସାଂସଦ ସଞ୍ଜୀବ ଆରୋରାଙ୍କ ଇସ୍ତଫା ପରେ ପଞ୍ଜାବର ରାଜ୍ୟସଭା ଆସନ ଖାଲିପଡିଥିଲା ।
Powered by Froala Editor