ଖୁବଶୀଘ୍ର ଲଞ୍ଚ ହେବ ନୂତନ ଆଧାର ଆପ୍

ନୂଆଦିଲ୍ଲୀ: ଇ-ଆଧାର ଓ ଫ୍ରି ବାୟୋମେଟ୍ରିକ୍ ଅପଡେଟ୍ ପରେ କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ସିଇଓ ଭୁବନେଶ୍ୱର କୁମାର ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ଏକ ନୂତନ ଆଧାର ଆପ୍ ଲଞ୍ଚ କରାଯିବ । ଆପର ଡେମୋ ପରୀକ୍ଷଣ ସମାପ୍ତ ହୋଇଛି ଏବଂ ଏହା ସଫଳ ମଧ୍ୟ ହୋଇଛି । ଯାହା ବ୍ୟବହାରକାରୀଙ୍କୁ ଆଧାର ସମ୍ବନ୍ଧୀୟ ବିଭିନ୍ନ ଫିଚର୍ସ ପ୍ରଦାନ କରିବ । ସିଇଓ ଭୁବନେଶ୍ୱର କୁମାର କହିଛନ୍ତି ଯେ ମୋବାଇଲ୍ ଆପ୍ ଲଞ୍ଚ ହେବା ପରେ ଲୋକଙ୍କୁ ଆଉ ନିଜ ପକେଟ କିମ୍ବା ପର୍ସରେ ଆଧାର କାର୍ଡ ଫଟୋକପି ନେବାକୁ ପଡିବ ନାହିଁ ।
Powered by Froala Editor