ବାଇକକୁ ଧକ୍କା ଦେଲା ଭ୍ୟାନ୍, ବାପା, ପୁଅ ମୃତ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ନୂଆଦେହେଲି ନିକଟରେ ଭ୍ୟାନ୍ ଧକ୍କାରେ ବାପା ଏବଂ ୬ ବର୍ଷର ପୁଅର ମୃତ୍ୟୁ ହୋଇଛି। ମାଆ ଏବଂ ୧୨ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ସୋମବାର ସକାଳେ ବାପା, ମାଆ, ପୁଅ ଏବଂ ଝିଅ ୪ ଜଣ ଏକ ବାଇକ୍ ରେ ଆସୁଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା ଏବଂ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଏବଂ ଝିଅ ଗୁରୁତର ହୋଇଥିଲେ।
Powered by Froala Editor