ନବରାତ୍ରୀଠୁ ଜିଏଏସଟି ସଂସ୍କାର, ବଚତ୍ ଉତ୍ସବ ଆରମ୍ଭ
ନବରାତ୍ରୀଠୁ କାର୍ଯ୍ୟକାରୀ ହେବାକୁ ଯାଉଛି ମୋଦି ସରକାରଙ୍କ ଜିଏଏସଟି ସଂସ୍କାର। ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପଦକ୍ଷେପ।
ଏଣିକି ୪ ଥାକିଆ ବଦଳରେ ଲାଗୁ ହେବ ଦୁଇ ଥାକିଆ ଜିଏସଟି। ୧୨ ଓ ୧୮ ପ୍ରତିଶତ ବଦଳରେ ଏଣିକି ମାତ୍ର ଦୁଇଟି ସ୍ଲାବରେ ହିଁ କାରବାର ହେବ। ଯେଉଁ ସାମଗ୍ରୀ ଉପରେ ପୂର୍ବରୁ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା ସେଗୁଡିକ ଏବେ ୫ ପ୍ରତିଶତକୁ ହ୍ରାସ ପାଇବ। ସେହିପରି ୨୮ ପ୍ରତିଶତ ଜିଏସଟି ଥିବା ଜିନିଷ ଉପରେ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଜିଏସଟି ସଂସ୍କାରର ଏହି ନିଷ୍ପତ୍ତି ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଜିଏସଟି ସଂସ୍କାର ଦେଶର ସମସ୍ତ ବର୍ଗକୁ ଲାଭ ପହଞ୍ଚାଇବ। ପୂର୍ବ ଟିକସ ବ୍ୟବସ୍ଥା, ଯାହା ବିଭିନ୍ନ ଟିକସର ମିଶ୍ରଣ ଥିଲା, ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇଥିଲା। ଆମେ ଜନସ୍ୱାର୍ଥ ଏବଂ ଜାତୀୟ ସ୍ୱାର୍ଥରେ ଜିଏସଟି ଲାଗୁ କରିଥିଲୁ। ଏବେ ଦେଶ ଡଜନ ଡଜନ ଟିକସର ବୋଝରୁ ମୁକ୍ତ। 'ଏକ ରାଷ୍ଟ୍ର, ଏକ ଟିକସ'ର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି।"
Powered by Froala Editor